ବିଦ୍ୟୁତ ସେବା ରୁ 30 ପରିବାର ବଞ୍ଚିତ କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ
ଧଅରା ଖମନ ଗାଁ। ଗାଁ ର ଜନସଂଖ୍ୟା ପ୍ରାୟ 400 ।
ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ରେ ଥିବା ଏହି ଗାଁ ରେ
ଆଦିବାସୀ ଓ ପଛୁଆ ବର୍ଗ ର 81 ପରିବାର ରୁହନ୍ତି
ଜୀବିକା କହିଲେ ଚାଷ ଓ ମଜୁରୀ କାମ ।ତେବେ ଏହି ଗାଁ କୁ 2005 ରେ ବିପିଏଲ ପରିବାର କୁ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟାନ୍ୟ 30 ପରିବାର ପାଇଁ ଆଜକୁ 2 ବର୍ଷ ତଳେ ସୌଭାଗ୍ୟ ଯୋଜନା ରେ ବିଦ୍ୟୁତ ସଂଯୋଗ ପାଇଁ ଟ୍ରାନ୍ସଫର୍ମର ସ୍ଥାପନ ହୋଇଥିଲେ ହେ 30 ପରିବାର ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ରହିଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ବିଦ୍ୟୁତ ସଂଯୋଗ ପାଇଁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଲାଭ ହେଉ ନ ଥିବା ଗ୍ରାମ ବାସୀ ମାନେ ପ୍ରକାଶ କରିଛନ୍ତି।

0 Comments